ତୃଣମୂଳ କଂଗ୍ରେସରେ ସାମିଲ ହେଲେ ମୁକୁଲ ରାୟ

ନୂଆଦିଲ୍ଲୀ, ୧୧/୬: ପଶ୍ଚିମବଙ୍ଗରେ ବିଜେପିକୁ ବଡ ଝଟକା  । ନିର୍ବାଚନ ପରେ ବିଜେପିକୁ ଛାଡିଲେ ମୁକୁଲ ରାୟ । ନିଜ ପୁଅ ଶୁଭ୍ରାଂଶୁ ରାୟ ସହ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି ମୁକୁଲ ରାୟ ।ବରିଷ୍ଠ ନେତାଙ୍କୁ ଭେଟିବା ପରେ ସେ ଦଳରେ ଯୋଗଦେଇଛନ୍ତି । ବିଜେପିର ରାଷ୍ଟ୍ରୀୟ ଉପସଭାପତି ଥିଲେ ମୁକୁଲ। ଉଲ୍ଲେଖ ଯୋଗ୍ୟ ଯେ   ୨୦୧୭ ନଭେମ୍ବରରେ ମୁକୁଲ ତୃଣମୂଳ ଛାଡ଼ି ବିଜେପିରେ ଯୋଗଦେଇଥିଲେ ।