ଓଡ଼ିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ,୧/୦୬:  ଆଇଏମଡିର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଛି ବଡ ଦାୟିତ୍ୱ । ବିଶ୍ୱ ପାଣିପାଗ ସଙ୍ଗଠନର ଉପାଧ୍ୟକ୍ଷ ଭାବେ ସେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଶ୍ୱ ପାଣିପାଗ ସଙ୍ଗଠନ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ଆଇଏମଡିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ଓଡିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର । ଅନେକ ସମୟରେ ବାତ୍ୟାକୁ ନେଇ ତାଙ୍କର ଆକଳନ ସଠିକ୍ ସାବ୍ୟସ୍ତ ହୋଇଛି। ଯେଉଁଥି ପାଇଁ ବାତ୍ୟାର ମୁକାବିଲା ଠିକ ସେ ହୋଇପାରିଛି।