ସରକାରୀ ଘର ଛାଡିଲେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା

ନୂଆଦିଲ୍ଲୀ,୧୯/୦୧: ଶେଷରେ ସରକାରୀ ଘର ଛାଡିଛନ୍ତି ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ଲୋକସଭା ସାଂସଦ ମବହିଷ୍କୃତ ହୋଇଥିଲେ । ସରକାରଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ଖାରଜ କରିଦେବା ପରେ ଶେଷରେ ଦିଲ୍ଲୀରେ ଥିବା ଟେଲିଗ୍ରାଫ ଲେନରେ ଥିବା ନାଇନ-ବି ସରକାରୀ ବଂଗଳା ଛାଡିବାକୁ ପଡିଛି । ଦୁଇ ଦିନ ତଳେ ମହୁଆଙ୍କୁ ପୁଣି ଥରେ ବଙ୍ଗଳା ଖାଲି କରିବାକୁ ନୋଟିସ୍ ପଠାଯାଇଥିଲା । ଯାହା ପରେ ମହୁଆ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସଂସଦରେ ଲାଂଚ ନେଇ ପ୍ରଶ୍ନ ପଚାରିବାର ଅଭିଯୋଗ ପ୍ରମାଣିତ ହେବା ପରେ ୨୦୨୩ ଡିସେମ୍ବର ୮ ରେ ମହୁଆଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା । ଏହାପରେ ତାଙ୍କୁ ଦୁଇ ଥର ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା, କିନ୍ତୁ ସେ ଏଥିପ୍ରତି ଧ୍ୟାନ ଦେଇନଥିଲେ । ପରେ ତୃତୀୟ ଥର ପାଇଁ ତାଙ୍କୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ ନୋଟିସ୍ ପଠାଯାଇଥିଲା ।