ଭୁବନେଶ୍ୱର,୧୯/୦୯: ସବୁ ଜିଲ୍ଲା ପାଇଁ ମଙ୍କିପକ୍ସ ନେଇ ଗାଇଡଲାଇନ ଜାରି କରାଯାଇଛି । ବିମାନ ବନ୍ଦର,ପୋର୍ଟ କର୍ତ୍ତୃପକ୍ଷଙ୍କ ପାଇଁ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି ।ଭାରତରେ ମଙ୍କିପକ୍ସ ସଂଖ୍ୟା ବହୁତ କମ ଅଛି । ଯେଉଁମାନେ ଇଣ୍ଟରନ୍ୟାସନାଲ ଟ୍ରାଭେଲ କରୁଛନ୍ତି ଏବଂ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେଟ କରି ସେମାନଙ୍କର ନମୁନା ପରୀକ୍ଷା ପାଇଁ କୁହାଯାଇଛି।
ସେମାନେ ଏନେଇ ସେଲ୍ଫ ଡିକ୍ଲାରେସନ ଫର୍ମ ଦେବେ । ଲକ୍ଷଣ ପ୍ରକାଶ ପାଇଲେ ସେମାନଙ୍କୁ ଆଇସୋଲେଟରେ ରଖା ଯିବ । ଏମ୍ସ ଭୁବେନେଶ୍ୱରରେ ଥିବା ଲବ୍ରୋଟେରିକୁ ପରୀକ୍ଷା ପାଇଁ ସେମାନଙ୍କ ନମୁନା ପଠାଯିବ ।ଏଥିପାଇଁ ୨୧ ଦିନର ଆଇସୋଲେଟ ଆବଶ୍ୟକତା ରହିଛି । ସନ୍ଦେହ ହେଲେ ଆଇସୋଲେଟ କରାଯିବ । ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଲେ ଛାଡି ଦିଆଯିବ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।