ମଙ୍କି ପକ୍ସକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା, କହିଲେ ହୋଇଛି ସବୁ ପ୍ରକାର ବ୍ୟବସ୍ଥା

ଭୁବନେଶ୍ୱର୯/୦୯: ମଙ୍କି ପକ୍ସକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମଙ୍କି ପକ୍ସ୍ କୁ ନେଇ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଇଣ୍ଟରନ୍ୟାସନାଲ ଟ୍ରାଭେଲ ହିଷ୍ଟ୍ରି, ପ୍ରଭାବିତ ଅଞ୍ଚଳରୁ ଯେଉଁମାନେ ବୁଲି ଆସିଛନ୍ତି,  ସେମାନଙ୍କୁ ଆଇସୋଲେଟ କରି ରଖାଯାଇଛି। ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ଆଇସୋଲେଟ କରି ରଖାଯାଇଛି। ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଚେକିଂ କଡ଼ାକଡ଼ି ହେଉଛି। ଭାରତରେ ଏ ଯାଏ ସେହିଭଳି କୌଣସି ରୋଗୀ ଚିହ୍ନଟ ହୋଇ ନାହାନ୍ତି।  କେହି ଭୟଭୀତ ହେବାର ଆଵଶ୍ୟକତା ନାହିଁ। ମଙ୍କି ପକ୍ସ୍କୁ ଆଭଏଡ କରିବାକୁ ହେଲେ ଡାଇରେକ୍ଟ କଣ୍ଟାକଟକୁ ଏଡ଼େଇବାକୁ ହେବ। ପ୍ରଭାବିତ ଅଂଚଳରୁ ଆସିଥିବା ବ୍ୟକ୍ତିଙ୍କ ନିକଟରେ ଲକ୍ଷଣ ଦେଖାଗଲେ ତାଙ୍କୁ ବିମାନ ବନ୍ଦରରେ ସଂଘରୋଧ ହୋଇ ରହିବେ। ଏ ବାବଦରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ନିର୍ଦେଶନାମା ଜାରି ହୋଇଛି।

Leave a Reply

Your email address will not be published. Required fields are marked *