ସାଂସଦଙ୍କ ଗାଡ଼ି ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟଣା, ଗାଡ଼ିରେ ନଥିବା କହିଲେ ନିରଞ୍ଜନ

ଭୁବନେଶ୍ୱର,୨୪/୦୫: ସାଂସଦଙ୍କ ଗାଡ଼ି ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି ।  ଏହି ଘଟଣା ପରେ ପ୍ରତିକ୍ରିୟା ରଖି ସାଂସଦ କହିଛନ୍ତି ସେ ଗାଡ଼ି ଭିତରେ ସେ ନଥିଲେ ।କିଛି ଜିନିଷ ଆଣିବା ପାଇଁ ତାଙ୍କ ଗାଡି ଗାଁକୁ ଯାଉଥିଲା । ତେବେ ଘଟଣାର ସମ୍ପର୍କରେ ଅବଗତ ଥିବା ବେଳେ ଏହା ଏକ ଦୁଃଖଦ ଘଟଣା ବୋଲି କହିବା ସହ ବେପରୁଆ ଗାଡି ଚାଳନାକୁ ସ୍ୱିକାର କରିଛନ୍ତି । ଏବଂ ଘଟଣାସ୍ଥଳକୁ ଯାଇ ମୃତକଙ୍କ ପରିବାରକୁ ଯଥା ସମ୍ଭବ ସାହାଯ୍ୟ କରିବେ ବୋଲି କହିଛନ୍ତି ସାଂସଦ ନିରଞ୍ଜନ ବିଶି । ସୂଚନାଯୋଗ୍ୟ ଯେ ପାଟଣାଗଡ଼ ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଗାଡି । ଏପରିକି ଗାଡି ଦୁର୍ଘଟଣାରେ ଦୁଇ ଶହ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲେ ସ୍କୁଟି ଚାଳକ ।