କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏମଓୟୁ

ଭୁବନେଶ୍ୱର, ୪/୩: କେନ୍ଦ୍ରାପଡ଼ା ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ମଧ୍ୟରେ ଏମଓୟୁ ସ୍ଵାକ୍ଷର ହୋଇଛି। ଏହାପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ କେନ୍ଦ୍ରାପଡ଼ା ରେ  ୧୨ ମିଲିୟନ ଟନ୍ କ୍ଷମତା ସମ୍ପନ୍ନ ଇସ୍ପାତ କାରଖାନା ହେବ। ଯେଉଁଥି ପାଇଁ ଆନୁମାନିକ ଖର୍ଚ୍ଚ  ୫୦,୦୦୦ କୋଟି ଖର୍ଚ୍ଚ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ L.N ମିତ୍ତଲଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ଵାକ୍ଷର ହୋଇଛି।