ଲୋମଟାଙ୍କୁରା ଘଟଣା, ସ୍ୱାମୀ ପାଇଁ ୪ ବର୍ଷର ପୁଅକୁ ହତ୍ୟା କଲା ମା

ନୂଆଦିଲ୍ଲୀ,୯/୦୧: ଲୋମହର୍ଷକାରୀ ଘଟଣା। ସ୍ୱାମୀ ପାଇଁ ନିଜ ଜନ୍ମକଲା ୪ବର୍ଷର ପୁଅକୁ ହତ୍ୟା କରିଛି ଜଣେ ନୃଶଂସ ମାଆ । ଗୋଆରେ ଘଟିଥିବା ଏହି ହତ୍ୟାକାଣ୍ଡ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି । କାହିଁକି ନା, ସ୍ୱାମୀଙ୍କ ସହ ସମ୍ପର୍କରେ ତିକ୍ତତା କାରଣରୁ ଜଣେ ସ୍ତ୍ରୀ ନିଜ ଜନ୍ମକଲା ପୁଅକୁ ହତ୍ୟା କରିଛି । ସୂଚନା ସେଠ ନାମକ ଏହି ମହିଳା ଜଣକ ହେଉଛନ୍ତି ଜଣେ ସଫଳ ଉଦ୍ୟୋଗୀ । ସେ ଏକ କମ୍ପାନୀର ସିଇଓ ମଧ୍ୟ ଅଛନ୍ତି । ହେଲେ ନିଜ ପୁଅକୁ ହତ୍ୟା କରିବା ଅଭିଯୋଗରେ ପୋଲିସ୍ ଏବେ ତାଙ୍କୁ ଗିରଫ କରିଛିା ପୁଅକୁ ଗୋଆ ବୁଲେଇନେବା କହି ସୂଚନା ଏକ ହୋଟେଲ ବୁକ୍ କରିଥିଲେ । ଆଉ ସେହି ହୋଟେଲ ଭିତରେ ପୁଅକୁ ହତ୍ୟା କରି ଗୋଟିଏ ବ୍ୟାଗରେ ଭର୍ତ୍ତି କରିଥିଲେ । ହେଲେ ହୋଟେଲ କର୍ମଚାରୀଙ୍କର ସନ୍ଦେହ ହେବାରୁ ଏନେଇ ପୋଲିସ ପାଖରେ ଖବର ଦେଇଥିଲେ। ସ୍ୱାମୀଙ୍କଠୁ ପୁଅକୁ ଦୂରେଇବା ପାଇଁ ସେ ଏପରି କରିଥିବା ପୋଲିସ ପାଖରେ ସ୍ୱୀକାର କରିଥିଲେ ।