ମା’ ନା ରାକ୍ଷସୀ, ନିଜ ହାତରେ ନିଜ ଯାଆଁଳା କଅଁଳା ଶିଶୁକୁ ମାରିଦେଲା

ଭୁବନେଶ୍ୱର,୧୮/୦୧: ଛାତିଥରା ଘଟଣା । ରାକ୍ଷସୀ ସାଜିଲା ନିଜ ଜନ୍ମକଲା ମାଆ । ନିଜ ହାତରେ ନିଜ ଦୁଇ କଅଁଳା ଶିଶୁକୁ ମାରିଦେଇଛି । ଅନୁଗୁଳ ଯାଆଁଳା ଶିଶୁ ହତ୍ୟା ଘଟଣାରେ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି । ନିଜେ ମାଆ ହିଁ ୩ମାସର ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ହେଲେ ମା’ କାହିଁକି ନିଜ ଦୁଇ ପିଲାଙ୍କୁ ହତ୍ୟା କଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ପୋଲିସ ଏନେଇ ଅଧିକ ତଦନ୍ତି ଜାରି ରଖିଛି ।

ସୂଚନାଯୋଗ୍ୟ ଯେ ଗତକାଲି ରାତିରେ ଅନୁଗୁଳରେ କୂଅରେ ଦୁଇ ଯାଆଁଳା ଶିଶୁଙ୍କ ମୃତଦେହ ମିଳିଥିଲା । ମୁଣ୍ଡାଢିପ ସାହିର ସୁନୀଲ ସାହୁ ଓ ତପସ୍ୱିନୀ ସାହୁଙ୍କ ଶିଶୁ କନ୍ୟା ଓ ଶିଶୁ ପୁତ୍ରର ମୃତଦେହ ଘର ପଛପଟ କୂଅ ଭିତରେ ମିଳିଲା । କିଏ ଓ କାହିଁକି ଶିଶୁ ଦୁଇଟିଙ୍କୁ କୂଅରେ ପକାଇଲା ବୋଲି ପୋଲିସ ତଦନ୍ତ କରୁଛି । କିନ୍ତୁ ଅନ୍ୟପଟେ ମାଆ ହିଁ ନିଜ ଦୁଇ ଶିଶୁଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।