ମୋଷ୍ଟୱାଣ୍ଟେଡ୍ ଖଲିସ୍ତାନୀ ନେତା ହରଦୀପ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୧୯/୦୬: ମୋଷ୍ଟୱାଣ୍ଟେଡ୍ ଖଲିସ୍ତାନୀ ନେତା ହରଦୀପ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଛି।  ସୂଚନା ଅନୁଯାୟୀ ଗୁରୁଦ୍ୱାରା ନିକଟରେ ଥିବା ପାର୍କିଂ ସ୍ଥଳରେ ତାଙ୍କୁ ହତ୍ୟା କରାଯାଇଛି। ସେହି ସମୟରେ ତାଙ୍କ ସହ ଆଉ ଦୁଇ ଜଣ ଥିଲେ। ବର୍ତ୍ତମାନ ତଦନ୍ତକାରୀ ଏଜେନ୍ସିମାନେ ଆକ୍ରମଣକାରୀଙ୍କ ପରିଚୟ ସଂଗ୍ରହ କରିବାରେ ଲାଗିଛନ୍ତି ।

ଖଲିସ୍ତାନୀ ନେତା ହରଦୀପ ସିଂ ନିଜାର ବହୁ ବର୍ଷ ଧରି କାନାଡାରେ ରହୁଥିଲେ ଏବଂ ସେଠାରୁ ଭାରତ ବିରୋଧରେ ଖଲିସ୍ତାନୀ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିଲେ। କିଛି ଦିନ ତଳେ ଭାରତ ସରକାର ହରଦୀପ ସିଂହ ନିଜାରଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲେ। କିଛି ମାସ ତଳେ ନିଜାରଙ୍କ ଦୁଇ ସହଯୋଗୀଙ୍କୁ ଫିଲିପାଇନ୍ସ ଓ ମାଲେସିଆରୁ ଗିରଫ କରାଯାଇଥିଲା।