ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦେଖି ଆସନ୍ତାକାଲିଠୁ ହେବ ସକାଳୁଆ ସ୍କୁଲ୍

ଭୁବନେଶ୍ୱର,୨୦/୦୩: ରାଜ୍ୟରେ ଏବେ ଅସହାୟ ହେଲାଣି ତାତି। ଆଉ ଏହି ଖରାକୁ ଦୃଷ୍ଟିରେ ରଖି ସ୍କୁଲ୍‌ ସମୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲିଠୁ ହେବ ସକାଳୁଆ ସ୍କୁଲ୍ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ରେ ସରିବ ସ୍କୁଲ । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ ହେବ । ସୂଚନା ଅନୁସାରେ ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ହେବ ବୋଲି ଗତକାଲି ସରକାର ସୂଚନା ଦେଇଥିଲେ। ତେବେ ଆସନ୍ତାକାଲିଠୁ ରାଜ୍ୟରେ ତତ୍ କ୍ଷଣାତ ସକାଳୁଆ ସ୍କୁଲ ଲାଗୁ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ । ସେପଟେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ସକାଳୁ ଅଙ୍ଗନବାଡ଼ି କେନ୍ଦ୍ର ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *