ଚନ୍ଦ୍ର ପୃଷ୍ଠରେ ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ

ନୂଆଦିଲ୍ଲୀ,୩/୦୯: ସ୍ଲିପ ମୋଡରେ ଚନ୍ଦ୍ର ପୃଷ୍ଠରେ ଥିବା ରୋଭର ପ୍ରଜ୍ଞାନ । ଭାରତ ପଠାଇଥିବା ଚନ୍ଦ୍ରଯାନ-୩ର ରୋଭର ତାର କାର୍ଯ୍ୟ ସମ୍ପାଦନ କରିଛି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଆଜିଠୁ ଚନ୍ଦ୍ରପୃଷ୍ଠର ଏକ ସୁରକ୍ଷିତ ସ୍ଥାନରେ ସ୍ଲିପ ମୋଡରେ ରଖାଯାଇଛି । ଚନ୍ଦ୍ରରେ ସୂର୍ଯ୍ୟାସ୍ତ ପୂର୍ବରୁ ରୋଭର ସମସ୍ତ ତଥ୍ୟ ଲ୍ୟାଣ୍ଡର ବିକ୍ରମ ମାଧ୍ୟମରେ ପୃଥୀବିକୁ ପଠାଇ ଦେଇଛି । ସେଥିରେ ଥିବା ଦୁଇଟି ପ୍ଲେ-ଲୋଡ ଏପିଏକ୍ସଏସ୍ ଏବଂ ଏଲଆଇବିଏସକୁ ମଧ୍ୟ ବନ୍ଦ ରଖାଯାଇଛି । ତେବେ ସେପ୍ଟମ୍ବର ୨୨ ତାରିଖରେ ଚନ୍ଦ୍ରରେ ପୁଣି ସୂର୍ଯ୍ୟଦ୍ୟୋୟ ହେବାର ଅଛି । ସୂର୍ଯ୍ୟୋଦୋୟ ହେଲେ ଲ୍ୟାଣ୍ଡରରେ ଲାଗିଥିବା ସୋଲାର ପ୍ୟାନେଲ ଗୁଡିକ ଆଲୋକ ଗ୍ରହଣ କରିବ । ଏବଂ ପୁଣି ରୋଭର କାର୍ଯ୍ୟ ଆରମ୍ଭ କରିବ ବୋଲି ଇସ୍ରୋ ଆଶାବାଦୀ ଅଛି । ଚନ୍ଦ୍ରପୃଷ୍ଠରେ ପ୍ରବଳ ଥଣ୍ଡା ଯୋଗୁଁ ରୋଭର ଯଦି ସ୍ଲିପ ମୋଡରୁ ଫେରିବ ନାହିଁ, ତେବେ ଏହା ଚନ୍ଦ୍ରପୃଷ୍ଠରେ ଭାରତ ଦୂତ ଭାବେ ରହିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।