ପୁଣିଥରେ ଆର୍ଟେମିସ୍ ୧ ର ଉନ୍ମୋଚନ ମିଶନ ଆରମ୍ଭ

ନୂଆଦିଲ୍ଲୀ,୧୩/୯: ଆର୍ଟେମିସ୍ ୧ ର ଉନ୍ମୋଚନ ମିଶନ ଆରମ୍ଭ କରିବାରେ ଦୁଇ ଦୁଇ ଥର ବିଫଳ ହୋଇଛି ନାସା । ତେବେ ଏଥର ନାସା ଅକ୍ଟୋବର ୨ ତାରିଖକୁ ବ୍ୟାକଅପ୍ ଭାବେ ସ୍ଥିର କରାଯାଇଥିଲେ ବି ଏହାର ଉତକ୍ଷେପଣ ଭାରତୀୟ ସମୟ ଅନୁସାରେ ସେପ୍ଟେମ୍ବର ୨୭ ତାରିଖ ରାତି ୯ଟା ୭ ମିନିଟରେ କରାଯିବ ବୋଲି ଧାର୍ଯ୍ୟ ହୋଇଛି । ଆମେରିକାର ମହାକାଶ ଏଜେନ୍ସି ‘ନାସା’ ପୁଣି ଥରେ ଏହାର ବହୁ ପ୍ରତୀକ୍ଷିତ ‘ଚନ୍ଦ୍ର ମିଶନ’ର ଏକ ଅଂଶ ଭାବରେ ‘ଆର୍ଟେମିସ୍-୧’ ମିଶନ ଆରମ୍ଭ କରିବାକୁ ଚେଷ୍ଟା କରିବାକୁ ଯାଉଛି । ସେପ୍ଟେମ୍ବର ୨୭ ରେ ନାସା ଏହାକୁ ଉନ୍ମୋଚନ କରିବ । ଏହା ପୂର୍ବରୁ ନାସା ଆର୍ଟେମିସ୍- ୧ ର ଉନ୍ମୋଚନ ମିଶନ ଆରମ୍ଭ କରିବାରେ ବିଫଳ ହେବା ଏହା ତୃତୀୟ ପ୍ରୟାସ । ଏଥର ନାସା ଅକ୍ଟୋବର ୨ ତାରିଖକୁ ବ୍ୟାକଅପ୍ ଭାବେ ସ୍ଥିର କରିଛି। ଏହା ପୂର୍ବରୁ ନାସା ଆର୍ଟେମିସ୍ ୧ ମିଶନକୁ ଦୁଇଥର ଲଞ୍ଚ କରିବାକୁ ଚେଷ୍ଟା କରିଛି । କିନ୍ତୁ ଉଭୟ ଥର ଏହା ବିଫଳ ହେଲା । ହାଇଡ୍ରୋଜେନ୍ ଲିକେଜ୍ ହେତୁ ଦ୍ୱିତୀୟ ଉତକ୍ଷେପଣ ବାତିଲ୍ କରିବାକୁ ପଡିଲା । ଏହାକୁ ଠିକ୍ କରି ହାଇଡ୍ରୋଜେନ୍ ଫୁଏଲ ଫିଡ୍ ଲାଇନ୍ ଯୋଡିବା ପରେ, ବର୍ତ୍ତମାନ ଏହାର ପରୀକ୍ଷଣ କରାଯିବ।