ଗଛ ପାଇଁ ମାସିକ ପେନ୍‌ସନ ଘୋଷଣା କଲେ ଏହି ସରକାର

ନୂଆଦିଲ୍ଲୀ, ୨୨/୯: ଏବେ ପ୍ରାୟତଃ ବଡ଼ ବଡ଼ ଗଛ କାଟି ଲୋକ ମାନେ ଘର ଦ୍ୱାର, ହୋଟେଲ ବନାଉଛନ୍ତି । ଏହାରି ମଧ୍ୟରେ ଗଛ ପାଇଁ ପେନସନ ଘୋଷଣା କରିଛନ୍ତି ହରିୟାଣା ସରକାର। ୭୫ ବର୍ଷ ବୟସର ପ୍ରତ୍ୟେକ ଗଛ ପାଇଁ ମାସିକ ଅଢ଼େଇ ହଜାର ଟଙ୍କାର ପେନ୍‌ସନ ଘୋଷଣା କରିଛନ୍ତି ହରିୟାଣା ସରକାର । ତେଣୁ ପ୍ରଥମେ ୭୫ ବର୍ଷର ଗଛ ଚିହ୍ନଟ ପାଇଁ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ନିର୍ଦେଶ ଦେଇଛନ୍ତି। ପରେ ପ୍ରାଣ ବାୟୁ ଦେବତା ପେନ୍‌ସନ ଯୋଜନାରେ ସାମିଲ ହେବ ଗଛ । ପେନ୍‌ସନ ଟଙ୍କାରେ ଗଛର ସ୍ଥାନୀୟ ଲୋକେ ରକ୍ଷଣାବେକ୍ଷଣ କରିବେ ବୋଲି ସୂଚନା ରହିଛି।