ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରୁ ଫେରିଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ବର,୧୧/୧୦:ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୁଳ ରହିଛି।ଏଥିସହ ଆସନ୍ତା ୨ ଦିନରେ ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡର କିଛି କିଛି ଅଞ୍ଚଳ ସହ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ଫେରିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ସୂଚନାଯୋଗ୍ୟ ଯେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୨୯.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା ଥିଲା ୮୪%। ଫଳରେ ସକାଳୁ ସକାଳୁ ହିଁ ରାଜଧାନୀବାସୀ ୩୮ ଡିଗ୍ରି ଭଳି ତାପମାତ୍ରା ବା ଗରମ ଅନୁଭବ କରିଥିଲେ। କେବଳ ରାଜଧାନୀ ନୁହେଁ, ରାଜ୍ୟର ପ୍ରାୟ ସହରର ଅବସ୍ଥା ଆଜି ଏହିଭଳି ଥିଲା।