ରାଜ୍ୟରୁ ବିଦାୟ ନେବ ମୌସୁମୀ

ଭୁବନେଶ୍ୱର, ୨୩/୧୦: ରାଜ୍ୟରେ ପ୍ରବଳ ବର୍ଷା ପରେ ବିଦାୟ ନେବ ମୌସୁମୀ। ସ୍ବା‌ଭାବିକ ଭାବେ ଅକ୍ଟୋବର ୧୫ରେ ମୌସୁମୀ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଥାଏ । କିନ୍ତୁ ଚଳିତବର୍ଷ ଠିକ୍‌ ସମୟରେ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ଫେରିବାରେ ୭ଦିନ ବିଳମ୍ବ କରିଛି । ଚଳିତଥରର ମୌସୁମୀରେ  ସେପ୍ଟେମ୍ବରର ବର୍ଷା ରେକର୍ଡ ସୃଷ୍ଟି କରିଥିଲା ।

ସୂଚନାଯୋଗ୍ୟ ଯେ ଭାରତରୁ ମୌସୁମୀ ସେପ୍ଟେମ୍ବର ୧ରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଥାଏ । ଏହାର ୪୫ଦିନ ପରେ ଅର୍ଥାତ ଅକ୍ଟୋବର ୧୫ରୁ ଓଡ଼ିଶାରୁ ମୌସୁମୀ ଫେରିବା ଆରମ୍ଭ କରେ । କିନ୍ତୁ ଚଳିତବର୍ଷ ୩୬ ଦିନ ବିଳମ୍ବରେ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।