ଆସନ୍ତା ୨୦ ତାରିଖରେ ଆଣ୍ଡାମାନ ଛୁଇଁବ ମୌସୁମୀ!

ନୂଆଦିଲ୍ଲୀ,୧୫/୫ : ମହାବାତ୍ୟା ମୋକା ସ୍ଥଳଭାଗ ଛୁଇଁ ଦୁର୍ବଳ ହେଉଛି। ତେବେ ଏହାର ପ୍ରଭାବରେ ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଏବେ ସମସ୍ତଙ୍କ ଦୃଷ୍ଟି ଦକ୍ଷିଣ-ପୂର୍ବ ମୌସୁମୀର ଆଗମନ ଉପରେ ରହିଛି ।

ପାଣିପାଗ ବିଶେଷଜ୍ଞଙ୍କ ମତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୨୦ ତାରିଖରେ ଆଣ୍ଡାମାନ ଛୁଇଁବ ଓ ୨୨ ତାରିଖ ସୁଦ୍ଧା ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜକୁ ଆବୃତ କରିବ । ଏହାର ୯ ଦିନ ପରେ ଅର୍ଥାତ ଜୁନ ୧ରେ ଏହା କେରଳ ଛୁଇଁବାର ସମ୍ଭାବନା ରହିଛି । ତେବେ ଏହି ତାରିଖରେ ୫ ଦିନ ଏପାଖ-ସେପାଖ ହୋଇପାରେ । ଜୁନରେ କେରଳ ଛୁଇଁବାର ୧୦-୧୨ ଦିନ ପରେ ମୌସୁମୀ ଓଡ଼ିଶା ଆସିଥାଏ । ଏଣୁ ଆସନ୍ତା ରଜ ସୁଦ୍ଧା ଓଡ଼ିଶାରେ ମୌସୁମୀ ପହଞ୍ଚିଥିବା ଆଶା କରାଯାଉଛି ।