ଚଳିତବର୍ଷ ଜୁନ୍‌ ୧ରେ କେରଳ ଛୁଇଁବ ମୌସୁମି

ଭୁବନେଶ୍ୱର, ୬/୫: ପ୍ରତିବର୍ଷ ପ୍ରଥମେ ମୌସୁମୀ କେରଳ ଛୁଇଁଥାଏ। ସେହିପରି ଚଳିତବର୍ଷ ଜୁନ୍‌ ୧ରେ କେରଳ ଛୁଇଁବ ମୌସୁମି । ଠିକ୍‌ ସମୟରେ ମୌସୁମି ଆସିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ  । କିନ୍ତୁ ଏନେଇ ମେ ୧୫ରେ ଏହି ପୂର୍ବାନୁମାନ ବିଧିବଦ୍ଧ ଭାବେ ଘୋଷଣା କରିବ ଭାରତୀୟ ପାଣିପାଗ ବିଭାଗ। ମେ ୩୧ ସୁଦ୍ଧା ବର୍ଷା ନେଇ  ପୂର୍ବାନୁମାନ ରିପୋର୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।