ସେପ୍ଟେମ୍ବର ୨୨ ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର,୩୧/୦୮: ସେପ୍ଟେମ୍ବର ୨୨ ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ସେଥିପାଇଁ ୧୮ରେ ନାମାଙ୍କନ ଦାଖଲ ହେବ । ବାଚସ୍ପତି ଦୌଡରେ ଦେବୀ ମିଶ୍ର, ପ୍ରଫୁଲ ସାମଲ, ଅମର ଶତପଥୀ, ନୃସିଂହ ସାହୁ ଅଛନ୍ତି । ସେମାନଙ୍କ ମଧ୍ୟରୁ କାହାକୁ ବିଜେଡି ବାଚସ୍ପତି କରିବ ତାକୁ ନେଇ ଏବେ ସ୍ପଷ୍ଟ ହୋଇ ପାରିନାହିଁ । ବାଚସ୍ପତି ନିର୍ବାଚନ ପରେ ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଆସନ୍ତା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୩ ତାରିଖରେ ଅତିରିକ୍ତ ବଜେଟ ଆସିବ ବୋଲି ସୂଚନା ରହିଛି ।