ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,୧୦/୬: ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ। ଅଗଷ୍ଟ ୪ ଯାଏ ମୌସୁମୀ ଅଧିବେଶନ ଚାଲିବାକୁ ଥିବା ବେଳେ ମୋଟ ୨୪ କାର୍ଯ୍ୟଦିବସ ରହିଛି । ସେହିଭଳି ଜୁଲାଇ ୨ରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ । ଅଧିବେଶନର ପ୍ରଥମ ଦିନରେ ହିଁ ବଜେଟ ଉପସ୍ଥାପନ ହେବ ବୋଲି ସୂଚନା ମିଳିଛି ।