ଜୁନ ୧୦ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ

ଭୁବନେଶ୍ବର, ୨୭/୫: ବିଳମ୍ବରେ ପହଞ୍ଚିବ ମୌସୁମୀ। ଜୁନ ୧୦ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ ବୋଲି ପୂର୍ବାନୁମାନ କରାଯାଉଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ପାଇଁ ସମୁଦ୍ରରେ ନାହିଁ କୌଣସି ସିଷ୍ଟମ। ଏହା ସାଙ୍ଗକୁ ଉତ୍ତର ପଶ୍ଚିମ ବାୟୁ ପ୍ରବାହ ଯୋଗୁଁ ବିଳମ୍ବ ହେଉଛି ମୌସୁମୀ ଆଗମନରେ। ପ୍ରଭାବରେ ଆଗକୁ ପ୍ରବଳ ଖରା ସାଙ୍ଗକୁ ଗ୍ରୀଷ୍ମ ଲହରୀ ଭଳି ସ୍ଥିତି ହେବ ବୋଲି ଆକଳନ ହେଉଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଓଡ଼ିଶାକୁ ସଅଳ ଆସିବ ମୌସୁମୀ ବାୟୁ ବୋଲି ପୂର୍ବରୁ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଆଣ୍ଡାମାନ ସାଗରରେ ମେ ୧୫ ତାରିଖରେ ମୌସୁମୀ ବାୟୁ ପହଞ୍ଚିବା ପରେ ମେ ୨୭ରେ କେରଳ ଓ ଜୁନ ୩ ତାରିଖ ସୁଦ୍ଧା ଓଡ଼ିଶା ଆସିବା ନେଇ ଆକଳନ ହୋଇଥିଲା।