ଚଳିତ ଥର ସ୍ୱାଭାବିକ ରହିବ ମୌସୁମୀ ବର୍ଷା

ଭୁବନେଶ୍ୱର, ୧/୬: ଚଳିତ ଥର ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି ସୂଚନା ମିଳିଛି। ଜୁନରୁ ସେମ୍ବେରରେ ଚଳିତ ଥର ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ। ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।  ଆସନ୍ତା ଦୁଇ ଦିନ ମଧ୍ୟରେ କେରଳ ଉପକୂଳରେ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାପରେ ଓଡ଼ିଶା ଆସିବା ନେଇ ପୂର୍ବାନୁମାନ କରାଯାଇଛି। କିନ୍ତୁ ନିର୍ଦ୍ଧିଷ୍ଟ ଭାବେ କେତେ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ କୌଣସି ସ୍ପଷ୍ଟ ହୋଇନାହିଁ।