ନନ୍ଦନକାନନକୁ ଆସିଲେ ମିଜୋରାମ ଆଇଜୱାଲ ଚିଡିଆଖାନାରୁ ଦୁଇ ହୁଲକ ଗିବନ

ଭୁବନେଶ୍ୱର,୯/୦୯:ନନ୍ଦନକାନନକୁ ମିଜୋରାମ ଆଇଜୱାଲ ଚିଡିଆଖାନାରୁ ଦୁଇ ହୁଲକ ଗିବନ ସମେତ ୫ ଜୀବଜନ୍ତୁ ଆସିଛନ୍ତି । ଦୁଇ ଦୁଇ ହୁଲକ ଗିବନଙ୍କ ବୟସ ୪ ବର୍ଷ ଓ ୧୧ ବର୍ଷ । ଏହାସହ ହିମାଳୟ କଳା ଭାଲୁ, ଘୁଷରୁି ଲାଞ୍ଜ ମାଙ୍କଡ଼ ମଧ୍ୟ ଆସିଛନ୍ତି । ଅଦଳବଳଦ ପ୍ରକ୍ରିୟାରେ ନନ୍ଦନକାନନରୁ ଦୁଇ ବାଘ ଦେଇ ୫ ଜୀବଜନ୍ତୁ ଅଣାଯାଇଛି । ଆସିଥିବା ଜୀବମାନଙ୍କୁ ସୁରକ୍ଷା କାରଣରୁ ଏକ ମାସ ସଂଘରୋଧରେ ରଖାଯିବ ବୋଲି ନନ୍ଦନକାନନ କର୍ତୁପକ୍ଷ ସୂଚନା ଦେଇଛନ୍ତି । ତେବେ ଏହାକୁ ମିଶାଇ ନନ୍ଦନକାନନରେ ଜୀବଜନ୍ତୁ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି ।