କରୋନା ମୁକାବିଲା ପାଇଁ ଓଡ଼ିଶାକୁ କେନ୍ଦ୍ରର ୩୩୩.୮ କୋଟିର ଅନୁଦାନ

ଭୁବନେଶ୍ୱର, ୯/୫: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦିନକୁ ଏବେ ପ୍ରାୟ ୧୦ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ କରୋନା ମୁକାବିଲା ପାଇଁ ଓଡ଼ିଶାକୁ କେନ୍ଦ୍ର ୩୩୩.୮ କୋଟିର ଅନୁଦାନ କରିଛି।
ଗ୍ରାମାଞ୍ଚଳରେ ଖର୍ଚ୍ଚ ପାଇଁ ଅନୁଦାନ ମଞ୍ଜୁର କରିଛି କେନ୍ଦ୍ର ଅର୍ଥ ବିଭାଗ । ସୂଚନାଯୋଗ୍ୟ ଯେ ୨୫ଟି ରାଜ୍ୟ ପାଇଁ ମୋଟ ୮,୯୨୩.୮ କୋଟିର ଅନୁଦାନ ମଞ୍ଜୁର କରାଯାଇଛି।