ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ନବୀନ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର, ୧୧/୦୭: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ। ଚିଠି ଲେଖି ନବୀନ କହିଛନ୍ତି, ମହାପ୍ରଭୁ ଓଡିଆ ଜାତିର ମୁରବୀ , ଆମ ବିଶ୍ୱାସର କେନ୍ଦ୍ରବିନ୍ଦୁ ଓ ପ୍ରତୀକ । ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ତାହା ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି । ମୁଁ ମଧ୍ୟ ଏଥିରେ ଅତ୍ୟନ୍ତ ମର୍ମାହତ । ଚାରାମାଳରୁ ବଡଠାକୁର ମୁହଁ ମାଡି ହୋଇ ପଡିଯିବା ଅତି ହୃଦୟ ବିଦାରକ ଘଟଣା ଥିଲା । ଏଭଳି ସ୍ପର୍ଶକାତର ମାମଲାରେ ମନ୍ତ୍ରୀ ଯେଉଁଭଳି ହାଲୁକା ମନ୍ତବ୍ୟ ଦେଲେ ଏହା ଭକ୍ତର ଭାବାବେଗକୁ ଦେଇଛି । ସରକାରଙ୍କ ଏଭଳି ଆଭିମୁଖ୍ୟ ଜଗନ୍ନାଥ ପ୍ରେମୀଙ୍କ ଆଶ୍ୱସ୍ତ କରିବାରେ ସକ୍ଷମ ହେଲା ନାହିଁ ।