ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫/୦୮: ପ୍ରତି ପଞ୍ଚାୟତରେ ମଡେଲ ପ୍ରାଥମିକ ବିଦ୍ୟାଳୟ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁଦିବସ ଅବସରରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ମଡେଲ ସ୍କୁଲ ହେବ। ଏହାର ନାମ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରହିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏଭଳି ୫ ଶହ ସ୍କୁଲ ନିର୍ମାଣ କରାଯିବ।

ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପଞ୍ଚାୟତରେ ଏଭଳି ସ୍କୁଲ ହେବ। ଏନେଇ ବଜେଟରେ ବ୍ୟୟବରାଦ ସମ୍ପର୍କିତ ବ୍ୟବସ୍ଥା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଭଳି ସ୍କୁଲରେ ଆକ‌ର୍ଷଣୀୟ ବ୍ୟବସ୍ଥା କରାଯିବ। ଯାହାଦ୍ବାରା ପିଲାମାନେ ପ୍ରାଇଭେଟ ସ୍କୁଲକୁ ନ ଯାଇ ମଡେଲ ସ୍କୁଲରେ ପଢ଼ିବାକୁ ଆଗ୍ରହ ପ୍ରକାଶ କରିବେ।

Leave a Reply

Your email address will not be published. Required fields are marked *