ଭୁବନେଶ୍ୱର,୨୪/୧୨: ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଆଶ୍ଵସ୍ତି । ଟାରିଫ୍ ନିୟମରେ ସଂଶୋଧନ ଆଣିଲା ଟ୍ରାଏ । ପୁଣି ଚାଲିବ ୧୦ ଟଙ୍କିଆ ରିଚାର୍ଜ କୁପନ୍। ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ । ଭଏସ୍ କଲ୍ ଓ ଏସଏମଏସ ପାଇଁ ସ୍ୱତନ୍ତ୍ର ପ୍ଲାନ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସ୍ପେଶାଲ ଟାରିଫ ଭାଉଚର ରହିବ । ଏହାଦ୍ୱାରା ଡାଟା ବ୍ୟବହାର କରୁନଥିବା ଗ୍ରାହକ ଉପକୃତ ହୋଇପାରିବେ । ସେହିପରି ୯୦ ଦିନିଆ ସ୍ପେଶାଲ ରିଚାର୍ଜ କୁପନର ଅବଧି ୩୬୫ ଦିନକୁ ବୃଦ୍ଧି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଟେଲିକମ୍ କମ୍ପାନୀମାନଙ୍କୁ ୧୦ ଟଙ୍କିଆ ଟପ୍ ଅପ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଭଏସ୍ କଲ୍ ଓ ଏସଏମଏସ ପାଇଁ ସ୍ବତନ୍ତ୍ର ପ୍ଲାନ ଆସିବ ।