ପୋଲିସ ହାତରେ ଲାଗିଲା ଧର୍ମେନ୍ଦ୍ରଙ୍କ ଦୁଇଟି ମୋବାଇଲ

ଭୁବନେଶ୍ୱର,୨୪/୯: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ୨ଟି ମୋବାଇଲ୍‌ ପୋଲିସ ହାତରେ ଲାଗିଛି । ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ଘର ନିକଟ ଏକ ପ୍ଲଟରୁ ଏହି ୨ଟି ଯାକ ମୋବାଇଲ୍ ମିଳିଛି । ପୋଲିସ ସନ୍ଧାନୀ କୁକୁର ସହାୟତାରେ ଏହି ମୋବାଇଲ୍ ଖୋଜି ବାହାର କରିଛି । ମୋବାଇଲ୍ ରାତି ୨ଟା ୪୩ରୁ ସ୍ୱିଚ୍ ଅଫ୍ ହୋଇଥିବା ପୋଲିସର ପକ୍ଷରୁ ସୂଚନା ଦିଆଯାଇଛି । ମୋବାଇଲରେ ଥିବା ଭିଡିଓ ବିଷୟରେ ଫେସବୁକ୍‌ର ଏକ ପୋଷ୍ଟ ମାଧ୍ୟମରେ ଜଣାଇଥିଲେ ଧର୍ମେନ୍ଦ୍ର ।

ସୂଚନାଯୋଗ୍ୟ ଯେ ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ରଙ୍କର ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ ହୋଇଥିବା ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେଉଁଥିରେ ଲେଖା ହୋଇଛି- ‘ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ’।

ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ଭୁବନେଶ୍ୱର ସ୍ଥିତ ବାସଭବନରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।