ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୧୭/୦୮: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଏହାରିମଧ୍ୟରର ଆଜି ପୁରୀ ଯାଇ ସେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଏଜପରେ ଶ୍ରୀମନ୍ଦିରରୁ ବାହାରି ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଯାଇଥିଲେ ଅର୍ଥମନ୍ତ୍ରୀ । ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ‘ମୋ ମାଟି ମୋ ଦେଶ’ ବିଷୟବସ୍ତୁ ଉପରେ ନିର୍ମିତ ବାଲୁକା କଳାକୃତି ପରିଦର୍ଶନ କରିଥିଲେ । କିଛି ସମୟ ରହିବା ପରେ ଫଟୋ ଉଠାଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ଏହା ପରେ ଦୁଇ କେନ୍ଦ୍ରମନ୍ତ୍ରୀ ପେଣ୍ଠକଟା ନିକଟ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସଦାଶିବ କ୍ୟାମ୍ପସରେ ଆୟୋଜିତ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିବା ସହ ପଂଚ ପ୍ରାଣ ଶପଥ ଗ୍ରହଣ କରିବେ ।