ଆଜିଠୁ ପୁରୀକୁ ପୁଣି ଗଡ଼ିବ ମୋ ବସ୍‌

ଭୁବନେଶ୍ୱର, ୨୧/୧: ଆଜିଠୁ ପୁଣି ପୁରୀକୁ ମୋ ବସ୍‌ ଗଡ଼ିବା ନେଇ ସୂଚନା ରହିଛି। ଏନେଇ କ୍ରୁଟ୍‌ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁରୀକୁ ୫୧ ନମ୍ବର ରୁଟ୍‌ରେ ସାଧାରଣ ଓ ୫୦ ନମ୍ବର ରୁଟ୍‌ରେ ଏକ୍ସପ୍ରେସ୍‌ ବସ୍ ସର୍ଭିସ ମିଳିବ । ୫୧ ନମ୍ବର ରୁଟ୍‌ରେ ‘ମୋ ବସ୍‌’ ବରମୁଣ୍ଡାରୁ ସକାଳ ୭ଟା ୧୭ରେ ପୁରୀ ଯିବ  । ସେହିଭଳି ଏକ୍ସପ୍ରେସ୍‌ ସେବା ଯୋଗାଉଥିବା ୫୦ ନମ୍ବର ରୁଟ୍‌ର ବସ୍‌ ଭୁବନେଶ୍ବର ରେଳଷ୍ଟେସନରୁ ସକାଳ ୬ଟା ୧୦ରୁ ବାହାରିବ । ସୂଚନାଯୋଗ୍ୟ ଯେ ପୂର୍ବରୁ ଯାତ୍ରୀ ହେଉନଥିବାରୁ ୫୧ ନମ୍ବର ରୁଟ୍‌ରେ ମୋ ବସ୍‌ ଗଡ଼ିବା ବନ୍ଦ ଥିଲା ।