ଆସନ୍ତାକାଲିଠାରୁ ସବୁ ରୁଟରେ ଗଡିବ ମୋ ବସ୍

ଭୁବନେଶ୍ୱର, ୧/୮: ରାଜ୍ୟରେ କରୋନା ସଂକ୍ରମଣ କଟକଣା ଯୋଗୁ ମୋ ବସ୍‌ ସେବା ସବୁ ରୁଟରେ ଚଳାଚଳ ବନ୍ଦ ଥିଲା । କିନ୍ତୁ ଆସନ୍ତାକାଲିଠାରୁ ସବୁ ରୁଟରେ ମୋ ବସ୍ ଗଡ଼ିବା ନେଇ ସୂଚନା ମିଳିଛି । ଏହି ସୂଚନା ଦେଇଛି କୃଟ । ମୋଟ୍ ୨୫ଟି ରୁଟରେ ୧୯୪ଟି ମୋ ବସ୍ ଚଳାଚଳ ଆରମ୍ଭ କରିବ । ଉଲ୍ଲେଖ ଯୋଗ୍ୟ ଯେ ଏବେ ୧୭ ରୁଟ୍‌ରେ ୮୭ଟି ମୋ ବସ୍‌ ଚାଲୁଛି । ଯେତିକି ସିଟ୍ ସେତିକି ଯାତ୍ରୀ ଯିବେ । କେହି ଠିଆ ହୋଇ ଯାଇପାରିବେ ନାହିଁ । ମାସ୍କ ନ ପିନ୍ଧିଥିଲେ ବସରେ ପ୍ରବେଶ ଅନୁମତି ମିଳିବ ନାହିଁ । ନିୟମିତ ମୋ ବସ୍‌କୁ ସାନିଟାଇଜ୍‌ କରାଯିବ ।