ମୋ ବସ ଯାତ୍ରୀଙ୍କ ପାଇଁ ଉନ୍ମୋଚିତ ହେଲା ନୂଆ ମୋବାଇଲ ଆପ

ଭୁବନେଶ୍ୱର,୨୪/୦୨: ମୋ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ମୋ ବସ ଭିତରେ ଥାଇ ଟିକେଟ ମଧ୍ୟ କାଟିହେବ । ନୂଆ ମୋବାଇଲ ଆପ ଉନ୍ମୋଚନ କରି ଯାତ୍ରୀଙ୍କ ପାଇଁ ଏଭଳି ସୁବିଧା ଯୋଗାଇ ଦେଇଛି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ ।ମୋ ବସ ଆପ୍ଲିକେସନ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ଭର୍ସନରେ ଉନ୍ମୋଚିତ ହୋଇଛି । ମୋବାଇଲ ଆପ ଭଳି ମୋ ବସ ପାଇଁ ନୂଆ କାର୍ଡ ସହିତ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ୫୦ ଟଙ୍କା ଦେଇ କାର୍ଡ କିଣିବା ପରେ ୫୦୦ ଟଙ୍କାର ରିଚାର୍ଜ ଉପରେ ୪୦ ପ୍ରତିଶତ ଓ ୧୦୦୦ ଟଙ୍କାର ରିଚାର୍ଜରେ ୫୦ ପ୍ରତିଶତ ଲାଭାଂଶ ମିଳିବ । ସେହି କାର୍ଡକୁ ଦେଖାଇ ସହଜରେ ଯାତ୍ରା କରିପାରିବେ ଯାତ୍ରୀ ।