ଭୁବନେଶ୍ୱରରେ ପୁଣି ମୋ ବସ୍ ଦୁର୍ଘଟଣା, ଜଣେ ଯୁବକଙ୍କୁ ପିଟି ଦେଲା ମୋ ବସ୍

ଭୁବନେଶ୍ୱର, ୨୫/୦୨ : ରାଜଧାନୀ ଭୁବନେଶ୍ୱରରେ ପୁଣି ମୋ ବସ୍ ଦୁର୍ଘଟଣା। ଜଣେ ଯୁବକଙ୍କୁ ପିଟି ଦେଲା ମୋ ବସ୍ । ଜଣେ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି। ପୁରୀର ରଞ୍ଜିତ ବେହେରା ଟ୍ରେନରେ ଭୁବନେଶ୍ବର ଆସିଥିଲେ। ଷ୍ଟେସନରେ ପହଁଚିବା ପରେ ଖରା ହେଉଥିବାରୁ ଠିଆ ହେଇଥିଲେ। କିନ୍ତୁ ହଠାତ ମୋ ବସ୍‌ ଡ୍ରାଇଭର କିଛି ନଦେଖି ଆଗକୁ ମାଡି ଆସିଥିଲା । ଫଳରେ ଗୋଡ଼ରେ ପ୍ରବଳ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ମୋ ବସ୍ ଦୁର୍ଘଟଣା ଏବେ ରାଜଧାନୀ ବାସୀଙ୍କୁ ଆତଙ୍କିତ କରିଛି । କିଛି ଦିନ ତଳେ ଭୁବନେଶ୍ଵର ପାତ୍ରପଡା ନିର୍ମାଣଧିନ ଫୁଟ ଓଭର୍ ବ୍ରିଜ ନିକଟରେ ଘଟିଥିଲା ଏକ ଭୟଙ୍କର ଦୁର୍ଘଟଣା । ରାସ୍ତା କଡରେ ଅପେକ୍ଷାରତ ଲୋକଙ୍କ ଉପରକୁ ମୋ ବସ୍ ଚଢିଯିବାରୁ ଘଟଣାସ୍ଥଳରେ ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳଥିଲା । ଦୁର୍ଘଟଣା ଘଟିବା ପରେ ମୋ ବସଟି ଶିକ୍ଷୟତ୍ରୀଙ୍କୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ନଭେମ୍ୱର ୨ ତାରିଖରେ ମଧ୍ୟ ଭୁବନେଶ୍ବର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିଲେ। ଏହି ସମୟରେ ତାଙ୍କ ପଛରେ ଆସୁଥିବା ବାଇକ୍ ଆରୋହୀଙ୍କୁ ‘ମୋ ବସ୍ ’ ଧକ୍କା ଦେଇଥିଲା । ବାଇକ୍ ଆରୋହୀ ଜଣଙ୍କ ଭାରସାମ୍ୟ ହରାଇ ଯୁବତୀଙ୍କୁ ଧକ୍କା ଦେଇଥିଲା। ଯୁବତୀ ଜଣଙ୍କ ଛିଟିକି ତଳେ ପଡ଼ିଯାଇଥିଲେ। ପରେ ମୋ ବସ୍ ’ଯୁବତୀଙ୍କୁ ହାତ ଉପରେ ମାଡ଼ି ଯାଇଥିଲା । ପଳରେ ସେ ଯୁବତୀ ଜଣଙ୍କ ହାତ ହରାଇଥିଲେ ।

Leave a Reply

Your email address will not be published. Required fields are marked *