ପିତାପଲ୍ଲୀ ନିକଟରେ ନାଳକୁ ଖସିଲା ମୋ ବସ, ୨୦ରୁ ଅଧିକ ଯାତ୍ରୀ ଆହତ

ଭୁବନେଶ୍ୱର, ୬/୦୪: ଖୋର୍ଦ୍ଧା ପିତାପଲ୍ଲୀ ନିକଟରେ ନାଳକୁ ଖସିଲା ମୋ ବସ । ନାଳକୁ ଅଚାନକ ବସଟି ଖସିବା କାରଣରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ମିଳିଥିବା ସୂଚନା ମୁତାବକ, ମୋ ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରୁଥିଲା । ବସରେ ୪୦ରୁ ଅଧିକ ଯାତ୍ରୀ ରହିଥିଲେ । ତେବେ ଭାରସାମ୍ୟ ହରାଇ ବସଟି ନାଳକୁ ଖସିପଡିବା କାରଣରୁ ୨୦ ଜଣ ଆହତ ହୋଇଥିଲେ । ପରେ ଆହତଙ୍କ ମଧ୍ୟରୁ ୫ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।