ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳରେ ଚାଲିବ ମୋ ବସ

ଭୁବନେଶ୍ୱର,୨୪/୦୫: ଆଗରୁ ସହରରେ ମୋ ବସ ଚାଲୁଥିବା ବେଳେ ଏବେ ବ୍ଲକରୁ ପଞ୍ଚାୟତକୁ ଚାଲିବ  । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳରେ ମୋ ବସ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଚାଲିବ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତିରେ ମୋ ବସ ଚାଲିବ । ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପଞ୍ଚାୟତରେ ମୋ ବସ ଚାଲିବା ନେଇ ସୂଚନା ରହିଛି।