ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର, ୩/୧୨: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଛି।ଝାରପଡ଼ା ଜେଲ୍‌କୁ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ପ୍ରଦୀପ ।ତାଙ୍କର ଓକିଲ ପ୍ରଦୀପଙ୍କ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଥିବା ଦର୍ଶାଇଛନ୍ତି। ତେଣୁ ପ୍ରଦୀପଙ୍କର ଉପଯୁକ୍ତ ଯତ୍ନ ପାଇଁ କୋର୍ଟଙ୍କୁ ଆବେଦନ କରିଛନ୍ତି ତାଙ୍କ ଓକିଲ ।

ଉଲ୍ଲେଖ ଯୋଗ୍ୟ ଯେ କିଛି ସମୟ ତଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।ଆକାଶ ପାଠକଙ୍କ ଠକେଇରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିଲେ । ସାଇବର ଥାନାର କେସ୍‌ ନମ୍ବର-୨୬ ଅନୁସାରେ ଗିରଫ କରିିଥିଲା ପୋଲିସ । ତାଙ୍କୁ IPCର ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୪୨୦-B ଦଫା ଲାଗିଛି ଏବଂ IT ଆଇନର ୬୬ସି ଓ ୬୬ଡି ଦଫା ଲାଗିଥିବା ସୂଚନା ମିିଳିଛି।