ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ

ଭୁବନେଶ୍ୱର,୩୦/୦୯: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ । ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ଫାଲକେ ସମ୍ମାନ ମିଳିବ । ଏନେଇ ଟ୍ବିଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ହେଉଛି ଦାଦା ସାହେବ ଫାଲକେ । ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଳିବ ଏହି ସମ୍ମାନ। ୪୮ ବର୍ଷର କ୍ୟାରିୟର୍‌ରେ ୩୫୦ରୁ ଅଧିକ ଫିଲ୍ମରେ ମିଥୁନ୍‌ ଅଭିନୟ କରିଛନ୍ତି । ହିନ୍ଦୀ, ବଙ୍ଗାଳୀ, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ ।

Leave a Reply

Your email address will not be published. Required fields are marked *