ଭୁଲ୍‌ରେ ଫାୟାର ହୋଇ ପାକିସ୍ତାନରେ ପଡ଼ିଲା ମିଜାଇଲ

ନୂଆଦିଲ୍ଲୀ, ୧୧/୩: ଭାରତରୁ ଭୁଲ୍‌ରେ ମିଜାଇଲ ଫାୟାର ହୋଇ ପାକିସ୍ତାନରେ ପଡ଼ିଯାଇଥିଲା। ହରିୟାଣାର ଶିର୍ସାରୁ ଭୁଲ୍‌ରେ ଫାୟାର ହୋଇ ପାକିସ୍ତାନରେ ପଡ଼ିଥିବା ସୂଚନା ମିଳିିିଛି। ଭାରତ ସୀମା ଠାରୁ ୧୨୪ କିମି ଦୂର ପାକିସ୍ତାନ ଭିତରେ ପଡ଼ିଛି। ତେବେ ମିଜାଇଲରେ କୌଣସି ବିସ୍ଫୋରକ ନଥିବାରୁ କିଛି କ୍ଷତି ହୋଇନି। ମିଜାଇଲ ଭୁଲ୍‌ରେ ପଳାଇଥିବା ସ୍ୱୀକାର କଲା ଭାରତୀୟ ସେନା। ଭୁଲ୍‌ରେ ମିଜାଇଲ ପଳାଇବା ନେଇ କୋର୍ଟ ଅଫ୍ ଇନକ୍ୱାରୀ ଆଦେଶ ମଧ୍ୟ ଦିଆଯାଇଛି।