ସିରିଆର ରାଜଧାନୀ ଦମିଶକରେ ଇସ୍ରାଇଲର ମିସାଇଲ ମାଡ଼

ନୂଆଦିଲ୍ଲୀ,୧୯/୨: ସିରିଆ ରାଜଧାନୀ ଦମିଶକ ଉପରେ ଇସ୍ରାଇଲ ମିସାଇଲ ମାଡ କରିଛି । ଏହି ମିସାଇଲ ମାଡରେ ୧୫ ଜଣ ସିରିଆ ନାଗରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ଦମିଶକର ଏକ ବଡ କୋଠା ଉପରେ କରାଯାଇଥିଲା । ମିଳିଥିବା ସୂଚନା ମୁତାବକ ଏହି ଆକ୍ରମଣ ରବିବାର ସକାଳୁ ହୋଇଛି । ଏହା ପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ସିରିଆ ଉପରେ ଏକ ଆକ୍ରମଣ ହୋଇଥିଲା । ଏଥିରେ ୫୩ ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ଆଇଏସଆଇଏ କରିଥିବା କଥା ନିଜେ ସଂଗଠନ ଦାବି କରିଥିଲା । ସିରିଆ ଗଣମାଧ୍ୟମ କହିଛି କି ଏହି ଆକ୍ରମଣ ଗତ ଏକ ବର୍ଷ ମଧ୍ୟରେ ଜିହାଦୀଙ୍କ ଦ୍ୱାରା ହୋଇଥିବା ସବୁଠାରୁ ବଡ ଆକ୍ରମଣ ।