ଇସମାଇଲ ହାନିଆଙ୍କ ହତ୍ୟା ପରେ ଭୟଙ୍କର ହେଉଛି ମଧ୍ୟପ୍ରାଚ୍ୟ, ଲେବାନନ ପକ୍ଷରୁ ଇସ୍ରାଏଲ ଉପରେ ମିଜାଇଲ ମାଡ଼

ନୂଆଦିଲ୍ଲୀ,୪/୦୮:  ହମାସ୍ ନେତା ଇସମାଇଲ ହାନିଆଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ିଯାଇଛି । ଆଜି ଲେବାନନ ପକ୍ଷରୁ ଇସ୍ରାଏଲ ଉପରେ ମିଜାଇଲ ମାଡ଼ କରାଯାଇଛି । ଲେବାନନର ଆକ୍ରମଣ ପରେ ଇସ୍ରାଏଲ ପୁରା ଦେଶରେ ରେଡ ଅଲର୍ଟ ଜାରି କରିଛି । ତେବେ ଇସ୍ରାଏଲର ଦାବି ଲେବାନନର କ୍ଷେପଣାସ୍ତ୍ରକୁ ଆଇରନ ଡୋମ ସହାୟତାରେ ମଝି ଆକାଶରେ ନଷ୍ଟ କରି ଦେଇଛି । ସେପଟେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ବଢୁଥିବାରୁ ସତର୍କମୂଳକ ପଦକ୍ଷେପ ନେଇଛନ୍ତି ଆମେରିକା ଓ ବ୍ରିଟେନ । ନିଜ ନିଜ ନାଗରିକଙ୍କୁ ଲେବାନନ ଛାଡ଼ିବାକୁ ବ୍ରିଟେନ ଓ ଆମେରିକା ନିର୍ଦ୍ଦେଶ ଦେଇଛନ୍ତି ।