ୟୁକ୍ରେନ ଉପରେ ଘମାଘୋଟ ମିସାଇଲ ମାଡ କଲା ଋଷ

ନୂଆଦିଲ୍ଲୀ,୧୦/୩: ରୁଷର ୟୁକ୍ରେନ ଉପରେ ଆଖିବୁଜା ଆକ୍ରମଣ । ୟୁକ୍ରେନ ଉପରେ ଘମାଘୋଟ ମିସାଇଲ ମାଡ କରିଛି । ଯେଉଁଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୟୁକ୍ରେନର ୧୦ଟି ଅଂଚଳରେ ରୁଷ ପ୍ରାୟ ୮୦ଟି ମିସାଇଲ ମାଡ କରିଛି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି କହିଛନ୍ତି ଏପର୍ଯ୍ୟନ୍ତ ଏହା ସବୁଠୁ ବଡ ମିସାଇଲ ଆକ୍ରମଣ ଅଟେ । ଏହା ପୂର୍ବରୁ ଗତ ସପ୍ତାହରେ ରୁଷିଆର କେତେକ ପ୍ରମୁଖ ସ୍ଥାନରେ ଡ୍ରୋନରେ ଆକ୍ରମଣ କରିଥିଲା ୟୁକ୍ରେନ ।