ମିସ୍ ୱାର୍ଲ୍ଡ-୨୦୨୪ ଟାଇଟଲ୍ ଜିତିଲେ ମିସ୍ ଚେକ୍ ରିପବ୍ଲିକ୍

ଭୁବନେଶ୍ୱର,୧୦/୦୩: ମିସ୍ ୱାର୍ଲ୍ଡ-୨୦୨୪ ଟାଇଟଲ୍ ଜିତିଛନ୍ତି ମିସ୍ ଚେକ୍ ରିପବ୍ଲିକ୍ କ୍ରିଷ୍ଟିନା ପିଜକୋଭା । ଅନ୍ୟପଟେ ଚଳିତଥର ମିସ୍ ୱାର୍ଲ୍ଡରେ ନିରାଶ ହୋଇଛି ଭାରତ । ଭାରତର ସିନି ସେଟ୍ଟୀ ଟପ୍-୪ରେ ମଧ୍ୟ ସ୍ଥାନ ପାଇ ପାରିନଥିଲେ ଏବଂ ପ୍ରତିଯୋଗିତାରୁ ବାଦ୍ ପଡିଥିଲେ । ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଏଥିରେ ସିନି ସେଟ୍ଟୀ ମିସ୍ ୱାର୍ଲ୍ଡ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ସିନି ସେଟ୍ଟୀ ମିସ୍ ଇଣ୍ଡିଆ-୨୦୨୨ର ବିଜେତା ଥିଲେ। ଏହି ପ୍ରତିଯୋଗିତାରେ ୧୧୫ରୁ ଅଧିକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୋଲାଣ୍ଡର ମିସ୍ ୱାର୍ଲ୍ଡ -୨୦୨୨ କାରୋଲିନା ବିଲାୱସ୍କା କ୍ରିଷ୍ଟିନାଙ୍କୁ ମିସ୍ ୱାର୍ଲ୍ଡ ୨୦୨୪ ର ମୁକୁଟ ପିନ୍ଧାଇଥିଲେ । କ୍ରିଷ୍ଟିନା ବର୍ତ୍ତମାନ ଆଇନ ଏବଂ ବିଜନେସ୍ ଆଡମିନିଷ୍ଟ୍ରେସନ୍ ଉପରେ ଅଧ୍ୟୟନ କରୁଛନ୍ତି । ସେ ଜଣେ ଅନ୍ତର୍ଜାତୀୟ ମଡେଲ ମଧ୍ୟ ଅଟନ୍ତି ।