ASP ହେବେ ମୀରାବାଈ ଚାନୁ

ନୂଆଦିଲ୍ଲୀ,୨୬/୭: ଅଲିମ୍ପିକ୍‌ରେ ରୌପ୍ୟ ପଦକ ଜିତି ଭାରତ ଫେରିଛନ୍ତି ମୀରାବାଈ ଚାନୁ। ଭାରତକୁ ଫେରିବା ପରେ ଦିଲ୍ଲୀ ବିମାନବନ୍ଦରରେ ମୀରାବାଈଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଚାନୁଙ୍କ ପ୍ରତ୍ୟାବର୍ତ୍ତନ ଅବସରରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ବଡ଼ ଘୋଷଣା କରିଛନ୍ତି। ମୀରାବାଈଙ୍କୁ ASP ପଦରେ ନିଯୁକ୍ତି ଦେବାକୁ ବୀରେନ ସିଂହ ଘୋଷଣା କରିଛନ୍ତି।