ଆସନ୍ତା ୧୩ରେ ସ୍କୁଲରେ ହେବ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ ବୈଠକ

ଭୁବନେଶ୍ୱର, ୧୧/୨: ରାଜ୍ୟରେ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ସବୁ ସ୍କୁଲ ବନ୍ଦ ରଖାଯାଇଥିଲା। ଏବେ ଧୀରେ ଧୀରେ ସବୁ ଖୋଲିବା ପାଇଁ ଯୋଜନା ଚାଲିଛି। ଏହାରିମଧ୍ୟରେ ଆସନ୍ତା ୧୩ରେ ରାଜ୍ୟବ୍ୟାପୀ ସମସ୍ତ ସ୍କୁଲରେ  ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଠକ ହେବ । ରାଜ୍ୟବ୍ୟାପି ଗୋଟିଏ ଦିନ ବୈଠକ କରିବା ପାଇଁ ଯୋଜନା କରାଯାଇଛି।ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସରକାରୀ ସ୍କୁଲ ପ୍ରତି ଉଭୟ ପିଲା ଓ ଅଭିଭାବକମାନଙ୍କୁ ଯତ୍ନବାନ ହେବା ସମ୍ପର୍କରେ ଏହି ବୈଠକରେ  ଆଲୋଚନା ହେବ।ବୈଠକରେ ପ୍ରତ୍ୟେକ ସ୍କୁଲର ଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ । ରାଉରକେଲା ଉଦିତ ନାରାୟଣ ସ୍କୁଲ ବୈଠକରେ ଯୋଗ ଦେବେ ମନ୍ତ୍ରୀ ସମୀର ଦାଶ ବୋଲି ସୂଚନା ମିଳିଛି। ତେଣୁ ବୈଠକରେ ଅଭିଭାବକମାନେ ଉପସ୍ଥିତ ରହିବାକୁ ସେ ଅନୁରୋଧ କରିଛନ୍ତି।