ଧାନମଣ୍ଡି ଓ ଟୋକନ ସମସ୍ୟା ନେଇ ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୫/୧୨: ଧାନମଣ୍ଡି ଓ ଟୋକନ ସମସ୍ୟା ନେଇ ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗ । ଚାଷୀଙ୍କ ଆନ୍ଦୋଳନ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି। କିଛି ଲୋକ ଚାଷୀଙ୍କ ନାଁରେ  ଆନ୍ଦୋଳନ ଚଳାଇଛନ୍ତି ବୋଲି ସେ କହିଛନ୍ତି। ଚଳିତ ବର୍ଷ ରାଜ୍ୟରେ ୫୬% ଅଧିକ ଧାନ ସଂଗ୍ରହ ହୋଇଛି । ଏଯାଏଁ ୪ଲକ୍ଷ ୬୮ହଜାର ୧୧୦ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି। ୭୧ହଜାର ୭୪୪ ଚାଷୀଙ୍କ ଠାରୁ ଏହି ଧାନ ସଂଗ୍ରହ ହୋଇଛି । ଧାନ ସଂଗ୍ରହ ବାବଦକୁ ୫୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ୧୬ଜିଲ୍ଲା ଧାନ ସଂଗ୍ରହ ଚାଲିଛି। ଆଗକୁ ଆଉ ୧୪ଜିଲ୍ଲାରେ ଆରମ୍ଭ ହେବ । ଯାଞ୍ଚ ପରେ ଯେଉଁ ଚାଷୀଙ୍କୁ ଟୋକନ ମିଳିନି ତାଙ୍କୁ ଦିଆଯିବ ।