ଭୁବନେଶ୍ୱର ରୋଡ଼ରେ ଜଳିଗଲା ମିନିବସ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର,୧୨/୧୨: ଆଜି ଭୋର ସମୟରେ କଟକ-ପୁରୀ ରାସ୍ତାର ଲକ୍ଷ୍ମୀସାଗର ଛକରେ ଘଟିଛି ଏକ ଅଭାବନୀୟ ଘଟଣା। ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଏକ ମିନିବସରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ ଗାଡ଼ି ଭିତରେ କେହି ନଥିବା ଜଣାପଡ଼ିଛି। ଏହି କାରଣରୁ କାହାରି ଜୀବନହାନି ବା ସେଭଳି ସ୍ଥିତି ଉପୁଜିନାହିଁ। ତେବେ ଖବର ପାଇଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ। ଭୋର ୪ଟା ସମୟରେ ଏହି ନିଆଁ ଲାଗିଥିଲା ବୋଲି କୁହାଯାଉଛି। ‌ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।