ଚଢ଼ିଗଲା ମାଲବୋଝେଇ ମିନି ଟ୍ରକ, ୫ମୃତ

ନୂଆଦିଲ୍ଲୀ,୨୧/୦୮:ତାମିଲନାଡୁ ମେଟୁପାଲୟମ୍ ଅଞ୍ଚଳରେ ଅଭାବନିୟ ଘଟଣା ଘଟିଛି। ସେଠାରେ ରଙ୍ଗ ରୁଟରେ ଆସି ଏକ ମାଲବୋଝେଇ ମିନି ଟ୍ରକ ରାସ୍ତା କଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ଚଢିଯାଇଥିଲା । ଫଳରେ ୫ଜଣଙ୍କର ଜୀବନ ଚାଲିଗଲା ।ଜଣେ ବ୍ୟକ୍ତି ନିଜ ପିଲାମାନଙ୍କୁ ଆଇସକ୍ରିମ ଖୁଆଇବାକୁ ଆଣି ଆଇସକ୍ରିମ ପାର୍ଲର ସାମ୍ନାରେ ଗାଡି ରଖି ଓହ୍ଲାଉଥିବାବେଳେ ପିଲାଙ୍କ ସହ ବ୍ୟକ୍ତିଙ୍କ ଉପରେ ମଧ୍ୟ ଚଢିିଗଲା ମିନିଟ୍ରକ । ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।