ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ତାରିଖ

ନୂଆଦିଲ୍ଲୀ,୨/୧୨: ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ତାରିଖ ।  ୩ ବଦଳରେ ୪ ତାରିଖରେ ହେବ ଭୋଟ୍ ଗଣତି । ମିଜୋରାମ ନିର୍ବାଚନ ଫଳାଫଳ ତାରିଖ ବଦଳାଇବାକୁ ପୂର୍ବରୁ ଦାବି ହୋଇଆସୁଥିଲା । ରବିବାର ଇସାଇ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ହୋଇ ଥିବାରୁ ଏହିଦିନ ମତଗଣନା ନକରିବାକୁ ଦାବି ହୋଇଥିଲା । ସବୁ ରାଜନୈତିକ ଦଳ ସହମତି ସହ ଏନେଇ ନିର୍ବାଚନ କମିଶନଙ୍କୁ ଏକ ଚିଠି ଲେଖିଥିଲେ ।

ସୂଚନାଯୋଗ୍ୟ ଯେ ନଭେମ୍ବର ୭ ତାରିଖରେ ୪୦ ଆସନ ପାଇଁ ମିଜୋରାମରେ ଭୋଟ୍ ପଡ଼ିଥିଲା । ମିଜୋରାମ ନିର୍ବାଚନ ଫଳାଫଳର ତାରିଖ ବଦଳିଥିଲେ ବି ବାକି ୪ ରାଜ୍ୟର ଫଳାଫଳ ଡିସେମ୍ବର ୩ ତାରିଖରେ ହେବ ।