ଘର ଉପରେ ଖସିପଡିଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧, ୪ ମୃତ

ନୂଆଦିଲ୍ଲୀ,୮/୫:  ଘର ଉପରକୁ ଖସିପଡିଛି ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ । ରାଜସ୍ଥାନର ହନୁମାନଗଡରେ ଏଭଳି ଦୂର୍ଘଟଣା ଘଟିଛି । ତେବେ ଦୁଇଜଣ ପାଇଲଟ ଜଣଙ୍କ ଜୀବନ ବଂଚିଯାଇଥିବାବେଳେ ୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ ଆଜି ସୁରଟଗଡରୁ ଉଡାଣ ଭରିଥିବା ସେନାର ଏହି ଯୁଦ୍ଧ ବିମାନ କୌଣସି ତ୍ରୁଟି କାରଣରୁ ହଠାତ ନିୟନ୍ତ୍ରଣ ହରାଇବା ଘର ଉପରକୁ ଖସିପଡିଥିଲା । ବିମାନ ଖସିବା ଯୋଗୁଁ ଘର ଓ ଏହାର ଆଖପାଖ ଅଂଚଳରେ ବଡ କ୍ଷତି ହୋଇଥିବା ଜଣାପଡିଛି । ଘଟଣାରେ ଏବେ ସୁଦ୍ଧାର ୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।