ଏପ୍ରିଲରୁ ସ୍କୁଲରେ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର, ୨୧/୩: ପିଲାଙ୍କୁ ପୁଣି ଥରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦେବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛନ୍ତି। ଆନୁସଙ୍ଗିକ ବ୍ୟବସ୍ଥା କରିବାପାଇଁ ସ୍ବତନ୍ତ୍ର ଏସଓପି ମଧ୍ୟ ଜାରି ହୋଇଛି। ପୂର୍ବରୁ ରନ୍ଧା ଖାଦ୍ୟ ବଦଳରେ ପିଲାଙ୍କୁ ଦିଆଯାଉଥିଲା ଶୁଖିଲା ରାସନ୍ । ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣ ଯୋଗୁ ସ୍କୁଲ ବନ୍ଦ ଥିଲା। ଏବେ କରୋନା ସଂକ୍ରମଣ କମିବା ପରେ ଧୀରେ ଧୀରେ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲୁଛି।